ଶୁନ୍ୟ



ଦୋନ୍ଦ ଭିତରେ ବି ନୀରବତା,

ହଂ ନାଂଇ ଭିତରେ ଆଜି,
ସେଇ ପୁରୁଣା ସ୍ମୃତି ଚିହ୍ନ,
ଶୁଣିଥିଲି ସତ କେବେ ଲୁଚି ରହେନା ବୋଲି,
ଆଉ ନଥିଲା ଏ ରାତି କେବେ ଏକା,
ହେଲେ ଆମେ କାହିଂ ପାଖେ ନାହେଂ,
ସବୁ ସତକୁ ଏଡେଇ ଦେଇ,
ମିଛ ଯାହା ଲୁଚକାଳି ଖେଳେ,
ନିଜ ପାଇଂ ପ୍ରଶ୍ନ ଆମେ, ମିଳିଲା,
ଦୁନିଆ ଠାରୁ ପାପୀ ର ଆଖ୍ୟା..

 

ଆଗେଇବାର ପଥଶ୍ରମ,
ଜିତିବାର ଲାଳସା,ଏବଂ,
ଅପାରଗ ପଣିଆ କୁ ହରେଇବାକୁ ଯାଇ,
ହରେଇଛି ମୁ ନିଜର ନିଜତ୍ଓ,
ତୁମର ସ୍ମିତ ହସ,ମିଛ ଲାଜ,
ଏମିତି ଅନେକ୍ କିଛି,
ଯାହା ଖାଲି ପାଇବାର କଳ୍ପନା,
ଆଉ ସବୁ ଜିତିବାର ଭ୍ରମ..

 

କେଜାଣି ମୁ କଣ ଚାହେଂ,
ପୁନର୍ବାର ଆଗକୁ ହିଂ ଧାଏଂ,
ପାଇ ବି ମୁ ଶୁନ୍ୟ ହସ୍ତ,
ଆଖି ର ଶୋଷ ଆଉ ହ୍ରୁଦୟ ର କଷ୍ଟ,
ସବୁକୁ ପଛରେ ପକେଇ,
ସଂନ୍ଧା ଆକାଶ ତଳେ,
ତୁମ ସହ ଶେଷ ଦେଖା ଠାରୁ,
ସବୁ ତାରାଙ୍କୁ ଗୋଟି ଗୋଟି ଗଣିବା ଯାଏଂ..